ଓଡିଶା ମୋର ଭାରି ସୁନ୍ଦର
ଏଠି ଅଛି ଘଞ୍ଚ ଜଙ୍ଗଲ
ସୁନ୍ଦର ଦିଶେ ଚନ୍ଦ୍ରଭାଗା ସୂର୍ଯ୍ୟଦୟ
ନୀଳ ରଙ୍ଗର ଚିଲିକା ସହ
ଭିତର କନିକା କୁମ୍ଭୀର |
ଆହୁରି ସୁନ୍ଦର ଆମ ବଡ ଦେଉଳ ନେତ
ତା ସହ କୋଣାର୍କ ମୂର୍ତ୍ତିର ଆକର୍ଷଣ |
ସୁନ୍ଦର ଦିଶେ ଆମ ବଙ୍ଗୋପ ସାଗର ଜଳ
ସହ ସୁଦର୍ଶନର ବାଲୁକା ଶିଳ୍ପ |
ବାରବାଟୀ ଦୁର୍ଗ ଆମ ଭାରି ସୁନ୍ଦର
ଅତି ମୂଲ୍ୟବାନ ଆମ ହୀରାକୁଦର ଜଳ |
ଧଉଳି ଗିରି ର ଶାନ୍ତିସ୍ତୁପ ଆମ ଭାରି ସୁନ୍ଦର
ସୁନ୍ଦର ଦିଶେ ଆମ ନନ୍ଦନ କାନନ |
ପଞ୍ଚ ସଖା ପିଠ କୁ
ମନ୍ଦିର ମାଳିନୀ ରାଜଧାନୀ ଆମ ଭାରି ସୁନ୍ଦର |
ଆମ ପଖାଳ ଭାତ ଦିଏ ଭାରି ଆନନ୍ଦ
ଆମ ଝୋଟି ଚିତା କେତେ ସୁନ୍ଦର |
ଏଠି ଅଛନ୍ତି ସବୁ ଧର୍ମର ଲୋକ |
ସତରେ ଆମ ଓଡିଶା ଭାରି ସୁନ୍ଦର |
–Reference from Unknown